
ରାଉରକେଲା (ବ୍ୟୁରୋ)- ପ୍ରଥମ ଥର ପାଇଁ ଏଚ ଆଇ ଏଲ ମହିଳା ହକି ଝାଡଖଣ୍ଡ ର ରାଞ୍ଚି ସହରରେ ହେବାକୁ ଯାଉଛି , ଯେଉଁଥି ପାଇଁ ୧୫ ଅକ୍ଟୋବର ରେ ମହିଳା ହକି ଖେଳାଳୀ ଙ୍କ ନିଲାମୀ ହେବ । ପୁରୁଷ ଙ୍କ ଭଳି ପ୍ରତ୍ୟେକ ମହିଳା ହକି ଦଳରେ ରହିବେ ୨୪ ଖେଳାଳୀ, ୮ ବିଦେଶୀ ଖେଳାଳୀ ସାଙ୍ଗକୁ ୪ ଜୁନିୟର ଖେଳାଳୀ ରହିବେ । ପୁରୁଷ ରେ ଭାରତୀୟ ଦଳର ଅଧିନାୟକ ହର୍ମନ୍ ପ୍ରୀତ ସିଂହ ଯେଁଉ ଭଳି ସବୁଠାରୁ ଦାମୀ ଖେଳାଳୀ ରୂପେ ନିଲାମୀ ହେଲେ ଠିକ୍ ସେହିଭଳି ମହିଳା ହକିରେ ଭାରତୀୟ ଅଧିନାୟିକା ସଲୀମା ଟେଟେ ଓ ମଧ୍ୟ ଭାଗ ଖେଳାଳୀ ବନ୍ଦନା କଟରିଆ ମଧ୍ୟ ଅଧିକ ମୂଲ୍ୟ ରେ ନିଲାମୀ ହେବେ ବୋଲି ହକି ବିଶେଷଜ୍ଞ ମାନେ ମତ ଦେଇଛନ୍ତି । ଚଳିତ ସିଜିନ ରେ ଉଭୟ ଙ୍କ ପ୍ରଦର୍ଶନ ଖୁବ୍ ଦମଦାର ରହିଥିବା ବେଳେ ପ୍ରତ୍ୟେକ ଫ୍ରାଞ୍ଚାଇସର ମାନଙ୍କ ନଜର ଏହି ଦୁଇ ଖେଳାଳୀଙ୍କ ଉପରେ।