
ନୂଆଦିଲ୍ଲୀ – ନିଉଜିଲ୍ୟାଣ୍ଡ ପୁଣେ ରେ ଚାଲିଥିବା ଟେଷ୍ଟ ଜିତିବା ସହିତ ୩ ଟେଷ୍ଟ ବିଶିଷ୍ଟ ସିରିଜକୁ ୨-୦ ରେ କବଜା କରିଛି।
ବେଙ୍ଗାଲୁରୁ ରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟ ରେ ଭାରତ ୮ ୱିକେଟ୍ ରେ ନିଉଜିଲ୍ୟାଣ୍ଡ ଠାରୁ ପରାସ୍ତ ହୋଇଥିଲା। ଠିକ୍ ସେହିପରି ଦ୍ୱିତୀୟ ଟେଷ୍ଟ ରେ ୩୫୯ ରନର ପିଛାକରି ଭାରତ ଦ୍ୱିତୀୟ ଇଂନିଗସ ରେ ୨୪୫ ରନରେ ଅଲ ଆଉଟ୍ ହେବା ସହିତ ୧୧୩ ରନ ବ୍ୟବଧାନ ରେ ନିଉଜିଲ୍ୟାଣ୍ଡ ଠାରୁ ପରାଜୟ ବରଣ କରିଛି।
ଟିମ୍ ଇଣ୍ଡିଆ ନିଜ ଘରୋଇ ମାଟିରେ ୧୨ ବର୍ଷ ପରେ ପ୍ରଥମ ଟେଷ୍ଟ ସିରିଜ ହାରିଛି।ଏହା ସହିତ ଘରୋଇ ମାଟିରେ ଲଗାତାର ୧୮ ଟେଷ୍ଟ ସିରିଜ ଜିତିବାର ଧାରା ରେ ବ୍ରେକ ଲାଗିଛି। ଟିମ୍ ଇଣ୍ଡଆ ଘରୋଇ ମାଟିରେ ଲଗାତାର ଦୁଇଟି ଟେଷ୍ଟ ମ୍ୟାଚ ହାରିଛି । ଶେଷଥର ପାଇଁ ୨୦୧୨ ମସିହାରେ ଭାରତ ଲଗାତାର ଦୁଇଟି ଟେଷ୍ଟ ମ୍ୟାଚ୍ ଇଂଲଣ୍ଡ ବିପକ୍ଷରେ ହାରିଥିଲା । ପୁଣେ ରେ ହୋଇଥିବା ଟେଷ୍ଟ ରେ ଭାରତ ବ୍ୟାଟିଂ ରେ ସମ୍ପୂର୍ଣ ଫ୍ଲପ ହୋଇଛି। କେବଳ ଜୈସ୍ୱାଲ କୁ ଛାଡ଼ିଦେଲେ ଅନ୍ୟ ସବୁ ବ୍ୟାଟ ର ରନ ପାଇଁ ପଡିଆରେ ସଂଘର୍ଷ କରିବାର ଦେଖା ଯାଇଥିଲା।
