ଭାଙ୍ଗିଲା ଟିମ୍ ଇଣ୍ଡିଆର ୨୪ ବର୍ଷ ର ରେକର୍ଡ଼

ନୂଆଦିଲ୍ଲୀ: ୦୩/୧୧- ଲଜ୍ଜ୍ୟା ଜନକ ପରାଜୟ ଟିମ୍ ଇଣ୍ଡିଆର। ଘରୋଇ ମାଟିରେ ହାରିଲେ ରୋହିତ ବାହିନୀ। ଭାଙ୍ଗିଲା ଟିମ୍ ଇଣ୍ଡିଆର ୨୪ ବର୍ଷ ର ରେକର୍ଡ। ମୁମ୍ବାଇ ର ୱାଙ୍ଖେଡ ଷ୍ଟାଡିୟମ ରେ ଖେଳାଯାଇଥିଲା ଭାରତ – ନିଉଜିଲ୍ୟାଣ୍ଡ ୩ ଶୃଙ୍ଖଳା ବିଶିଷ୍ଟ ଟେଷ୍ଟ ଶିରିଜ ର ଅନ୍ତିମ ଟେଷ୍ଟ ମ୍ୟାଚ। ଏହି ଅନ୍ତିମ ଟେଷ୍ଟ ମୁକାବିଲା ରେ ଟିମ୍ ଇଣ୍ଡିଆ ୨୫ ରନରେ ଶୋଚନୀୟ ପରାଜୟ ବରଣ କରିଛି। ଭାରତୀୟ ଦଳକୁ ମାତ୍ର ୧୪୭ ରନ ର ଟାର୍ଗେଟ ମିଳିଥିଲା।କିନ୍ତୁ ଭାରତୀୟ ବ୍ୟାଟର ଙ୍କ ର ନୈରାଶ୍ୟ ଜନକ ବ୍ୟାଟିଂ ମାତ୍ର ୧୨୧ ରନ କରିପାରିଥିଲେ। ନିଉଜିଲ୍ୟାଣ୍ଡ ଏହି ବିଜୟ ସହ ୩-୦ ରେ ଶିରିଜ୍ ପୋଛି ନେଇଛି। ନିଉଜିଲ୍ୟାଣ୍ଡ ର ବିଜୟ ହିରୋ ସାଜିଛନ୍ତି ଏଜାଜ୍ ପଟେଲ।ଯିଏକି ୨ ୟ ପାଳିରେ ୬ ଟି ୱିକେଟ ନେଇଥିଲେ। ଏଜାଜ୍ ପ୍ରଥମ ପାଳିରେ ୫ ଟି ମୋଟ ୧୧ ଟି ୱିକେଟ୍ ନେଇ ଭାରତକୁ ପରାଜୟ ଦ୍ଵାରକୁ ଠେଲି ଦେଇଥିଲେ।୨୪ ବର୍ଷ ପରେ ଘରୋଇ ମାଟିରେ ଟେଷ୍ଟ ହାରିଛି ଭାରତୀୟ କ୍ରିକେଟ ଟିମ୍।୨୦୦୦ ମସିହାରେ ସାଉଥ୍ ଆଫ୍ରିକା ୨ ଟି ଟେଷ୍ଟ ଘରୋଇ ମାଟିରେ ଭାରତକୁ ପରାସ୍ତ କରିଥିଲା ।
ମୁମ୍ବାଇ ଟେଷ୍ଟ ରେ ଦ୍ୱିତୀୟ ପାଳିରେ ୧୪୭ ରନ୍ ର ପଛରେ ପଡ଼ିଥିଲା ରୋହିତ ବାହିନୀ। ରିଷଭ ପନ୍ତ ଙ୍କ ୬୪ ରନ ପାଳି ବ୍ୟତୀତ ଅନ୍ୟ କୌଣସି ବ୍ୟାଟ ର କ୍ରିଜ ରେ ଠିଆ ହୋଇ ପାରିନଥିଲେ। ୮ ଜଣ ବ୍ୟାଟ ର ମାତ୍ର ୧୦ ରୁ କମ ରନ ସ୍କୋର କରିଥିଲେ। ଏଜାଜ୍ ପଟେଲ ଓ ଗ୍ଲେନ୍ ଫିଲିପସ ଙ୍କ ସ୍ପିନ ଆଗରେ ରୋହିତ ବାହିନୀ ମାଟି କାମୁଡ଼ିଥିଲା।


ଏହି ପରାଜୟ କୁ ଭାରତ ର କ୍ରିକେଟ ପ୍ରଶଂସକ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି। ଏବେ ସୋସିଆଲ ମିଡିଆ ରେ କିଏ ରୋହିତ ଶର୍ମା କୁ ଦୋଷାରୋପ କରୁଛି ତ କିଏ ନୂତନ କୋଚ୍ ଗୌତମ ଗମ୍ଭୀର କୁ ଦୋଷାରୋପ କରୁଛି କିଛି ବ୍ୟକ୍ତି ଦଳରେ ଥିବା କ୍ରିକେଟ ରାଜନୀତି କୁ ଆକ୍ଷେପ କରୁଛନ୍ତି ।ଯାହା ହେଉ ନାଁ କାହିଁକି ଭାରତ ନିଜ ମାଟିରେ ଲଜ୍ଜ୍ୟା ଜନକ ୩-୦ ସିରିଜ୍ ହାରି ଭାରତର କୋଟି କୋଟି କ୍ରିକେଟ ପ୍ରଶଂସକ କୁ ନିରାଶ କରିଛନ୍ତି।
୩ ୟ ତଥା ଅନ୍ତିମ ଟେଷ୍ଟ
ଭାରତ: ପ୍ରଥମ ପାଳି -୨୬୩
ଦ୍ୱିତୀୟ ପାଳି -୧୨୧
ନିଉଜିଲ୍ୟାଣ୍ଡ: ପ୍ରଥମ ପାଳି -୨୩୫
ଦ୍ୱିତୀୟ ପାଳି -୧୭୪

Leave a Reply

Your email address will not be published. Required fields are marked *