
ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍ ରେ ଚାଲିଥିବା ହକି ଇଣ୍ଡିଆ ଲିଗ୍ ର ତୃତୀୟ ମ୍ୟାଚ୍ ସୁରମା ହକି କ୍ଳବ୍ ଓ ତାମିଲ ନାଡୁ ଡ୍ରାଗନ୍ସ ମଧ୍ୟରେ ଏକ ସଂଘର୍ଷ ପୁର୍ଣ୍ଣ ମ୍ୟାଚ୍ ଦେଖିବାକୁ ମିଳିଥିଲା ଉଭୟ ଦଳ ଙ୍କ ଚମତ୍କାର ଖେଳ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଖେଳର ୪୯ ତମ ମିନିଟ୍ ରେ ପ୍ରଥମେ ତାମିଲନାଡୁ ଡ୍ରା ଗନ୍ସ ର ନେଥାନ ଙ୍କ ଚମତ୍କାର ଗୋଲ ଦଳ କୁ ଅଗ୍ରଣୀ କରାଇଥିବା ବେଳେ ୫୪ ତମ ମିନିଟ୍ ରେ ସୁରମା ହକି କ୍ଳବ୍ ର ଫରୱାର୍ଡ ଖେଳାଳି ଗୁରଜନ୍ତ୍ ସିଂହ ଙ୍କ ଫିଲ୍ଡ ଗୋଲ ଖେଳକୁ ବରାବର ସ୍ଥିତି କୁ ନେଇ ଆସିଥିଲା ।

ଫଳରେ ଖେଳ ୧-୧ ଗୋଲରେ ଅମିମାଂସିତ ରହିଥିଲା ।ଲିଗ୍ ର ନିୟମ ଅନୁଯାୟୀ ପେନାଲ୍ଟୀ ସୁଟ୍ ଆଉଟ୍ ହୋଇଥିଲା। ଶେଷରେ ସୂଟ୍ ଆଉଟ୍ ରେ ସୁରମା ହକି କ୍ଳବ୍ ୪-୧ ଗୋଲରେ ବିଜୟୀ ।