କଳିଙ୍ଗ ଲାନ୍ସର ୬-୦ ରେ ଏକ ତରଫା ବିଜୟ।


ରାଉରକେଲା: ବିର୍ଷାମୁଣ୍ଡା ହକି ଷ୍ଟାଡିୟମ୍ ରେ ଚାଲିଥିବା ହକି ଇଣ୍ଡିଆ ଲିଗ୍ ର ୧୪ ତମ ମ୍ୟାଚ୍ ବେଙ୍ଗଲ ଟାଇଗର୍ସ ଓ କଳିଙ୍ଗ ଲାନସର୍ସ ମଧ୍ୟରେ ଖେଳା ଯାଇଥିଲା । ଖେଳ ଆରମ୍ଭରୁ ଲାନସର୍ସ ଦଳ ଘନ ଘନ ଆକ୍ରମଣ ଜାରି ରଖି ନିଜର ଖେଳ ଆରମ୍ୱ କରିଥିଲେ। ଖେଳ ଆରମ୍ବର୍ ୨ ମିନିଟ୍ ସମୟରେ ଲାନସର୍ସ ର ଥିଏରୀ ବ୍ରିଙ୍କମ୍ୟାନ ଙ୍କ ଚମତ୍କାର ଫିଲ୍ଡ ଗୋଲ ଲାନସର୍ସ କୁ ଅଗ୍ରଣୀ କରାଇବା ସହିତ ଦଳର ମନୋବଳ କୁ ମଜବୁତ୍ କରିଥିଲା । ସେହିପରି ଖେଳର ୩ ୟ ଓ ୫ ମ ମିନିଟ ରେ ସଞ୍ଜୟ ଓ ଆଲେକ ଜେଣ୍ଡର ହ୍ୟାନ୍ଦ୍ରିକ୍ ଙ୍କ ଗୋଲ ବେଙ୍ଗଲ ଟାଇଗର୍ସ ଦଳର ମେରୁଦଣ୍ଡ ଭାଙ୍ଗି ଦେଇଥିଲା ।

ସେହିପରି ଖେଳ ର ପ୍ରଥମାର୍ଦ୍ଧ ଶେଷ ହେବାର ୧ ମିନିଟ୍ ପୂର୍ବରୁ ନିକୋଲାସ ବେନ୍ଦ୍ରୁକ୍ ଲାନସର୍ସ ପାଇଁ ୪ ର୍ଥ ଗୋଲ ସହିତ ଦଳ ୪-୦ ରେ ଅଗ୍ରଣୀ କରାଇଥିଲେ। ଲାନସର୍ସ ଦିତୀୟର୍ଦ୍ଧ ଖେଳ ଆରମ୍ଭ ରୁ ପୁଣି ଆକ୍ରମଣ କରିଥିଲା ଖେଳର ୪୭ ତମ ମିନିଟ୍ ରେ ପୁଣି ଥରେ ଥିଏରି ବ୍ରୀଙ୍କମ୍ୟାନ୍ ଙ୍କ ଆଉ ଏକ ଗୋଲ ଓ ସେହିପରି ୪୯ ତମ ମିନିଟ୍ ରେ ବବି ସିଂ ଧାମୀ ଙ୍କ ସୁନ୍ଦର ଗୋଲ ଦ୍ଵାରା କଳିଙ୍ଗ ଲାନସର୍ସ ଦଳ ୬-୦ ଗୋଲରେ ଏକ ତରଫା ବିଜୟ ହାସଲ କରି ପ୍ରତିଯୋଗିତାର ପ୍ରଥମ୍ ବିଜୟ ସ୍ଵାଦ ଚାଖିଲା ଏହି ବିଜୟ ଦଳର ମନୋବଳ ମଜବୁତ୍ କରିଛି ବୋଲି ଅଧିନାୟକ ଆରନ୍ ଜେଲାସ୍କି କହିଛନ୍ତି। ପତିକ୍ରିୟା ରଖି ବବି ସିଂ ଧାମି କହିଛନ୍ତି ପ୍ରତିଯୋଗିତାର ଶୀର୍ଷ ଥିବା ଦଳକୁ ଏକ ବୃହତ୍ ବ୍ୟବଧାନରେ ପରାସ୍ତ କରିବା ଆମ ପାଇଁ ଏକ ଚାଲେଞ୍ଜ ଥିଲା ୬ ଟି ଗୋଲ ମଧ୍ୟରୁ ମୋର ଶେଷ ଗୋଲ ନିଶ୍ଚିତ ମନୋବଳ କୁ ମଜବୁତ୍ କରିଛି । ଦଳରେ ଶ୍ରୁଖଳିତ୍ ଓ ଏକାଗ୍ରତା ଫେରିଛି ଆଗାମୀ ମ୍ୟାଚ୍ ନିଶ୍ଚିତ ଭଲ ଗୋଲ ବ୍ୟବଧାନରେ ଜିତିବାକୁ ଚେଷ୍ଟା କରିବୁ। ସେହିଭଳି ପରାଜିତ ବେଙ୍ଗଲ ଟାଇଗର୍ସ ର ସୁଖଜିତ୍ ସିଂହ ନିଜର ପ୍ରତିକ୍ରିୟାରେ ଦଳ ଏଭଳି ପ୍ରଦର୍ଶନ ପାଇଁ ଆମେ ଦୁଃଖିତ ଆମେ ଆଜିର ମ୍ୟାଚ୍ ର ତ୍ରୁଟି ବିଚ୍ୟୁତି କୁ ଆଖି ଆଗରେ ରଖି ଆଗକୁ ଥିବା ପ୍ରତ୍ୟେକ ମ୍ୟାଚ୍ କିପରି ବିଜୟ ହେବୁ ତା ଉପରେ ନୂଆ ରଣନୀତି ପ୍ରସ୍ତୁତ କରି ପଡିଆକୁ ଓହ୍ଲାଇବୁ।

Leave a Reply

Your email address will not be published. Required fields are marked *