ନିଉଜିଲ୍ୟାଣ୍ଡ ଟି – ୨୦ ମହିଳା ବିଶ୍ୱକପ ଚମ୍ପିୟାନ


ଦୁବାଇ – (ଏଜେନ୍ସି) ନିଉଜିଲ୍ୟାଣ୍ଡ ପ୍ରଥମ ଥର ମହିଳା ଟି – ୨୦ ବିଶ୍ଵକପ କ୍ରିକେଟ ଚମ୍ପିୟାନ ହୋଇଛି। ଫାଇନାଲରେ ଦଳ ୩୨ ରନରେ ଦକ୍ଷିଣ ଆଫ୍ରିକା କୁ ପରାସ୍ତ କରିଥିଲା। କ୍ରମାନୟରେ ଦ୍ୱିତୀୟ ଥର ଦ. ଆଫ୍ରିକା ଟାଇଟଲ ରୁ ବଞ୍ଚିତ ହୋଇଛି।ପୂର୍ବ ସଂସ୍କରଣରେ ଦଳ ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଥିଲା।
ରବିବାର ଖେଳାଯାଇଥିବା ଫାଇନାଲ ମୁକାବିଲା ନିଉଜିଲ୍ୟାଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହୋଇଥିଲା । ପ୍ରଥମେ ଟସ୍ ଜିତି ଦକ୍ଷିଣ ଆଫ୍ରିକା ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା।ନିଉଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ୍ ହରାଇ ୧୫୮ ରନ କରିଥିଲା। ଦ. ଆଫ୍ରିକା ୧୫୯ ରନ ର ଲକ୍ଷ ନେଇ ପଡିଆକୁ ଓହ୍ଲାଇ ଥିଲା ୯ ୱିକେଟ୍ ହରାଇ ୧୨୬ ରନରେ ସୀମିତ ରହିଥିଲା।ଷ୍ଟାର ଅଲ୍ ରାଉଣ୍ଡର ଆମେଲିଆ ପ୍ଲେୟାର ଅଫ ଦି ମ୍ୟାଚ୍ ଏବଂ ପ୍ଲେୟାର ଅଫ ଦି ସିରିଜ ବିବେଚିତ ହୋଇଥିଲେ।

Leave a Reply

Your email address will not be published. Required fields are marked *