
ରାଉରକେଲା: ବ୍ୟୁରୋ – ମହାରାଷ୍ଟ୍ର ସତାରା ଜିଲ୍ଲା ର ଭଡ଼ାଲି ଗ୍ରାମରେ ରହନ୍ତି ଲଲାଗେ ପରିବାର। ପରିବାରରେ ୬ ଜଣ ସଦସ୍ୟ। ଏକ ଛୋଟ ଗ୍ରାମରେ ଆଖୁ ଚାଷ କରୁଥିବା ଚାଷୀ ପରିବାର ରୁ ଲଲାଗେ ଆଦିତ୍ୟ ଅର୍ଜୁନ ଙ୍କ ହକି କ୍ୟାରିୟର ଆରମ୍ଭ। ଏହି ହକି ତାଙ୍କୁ ଦେଇଛି ଅନ୍ତର୍ଜାତୀୟ ର ମାନ୍ୟତା।
୨୦୧୨ ମସିହାରେ ନିର୍ମିତ ସାହରୁଖ ଖାନ ଙ୍କ ସିନେମା” ଚକ୍ ଦେ ଇଣ୍ଡିଆ’ କୁ ପରିବାର ସହିତ ଦେଖିଥିଲେ ଆଦିତ୍ୟ ଅର୍ଜୁନ ,ଏହି ସିନେମା ଆଦିତ୍ୟ ଙ୍କ ଭାଗ୍ୟ କୁ ପରିବର୍ତ୍ତନ କରିବା ସହିତ ଏକ ତାରକା ହକି ଖେଳାଳି ରୂପେ ପରିଚିତ ଚେହେରା ମଧ୍ୟ ବନାଇଛି। ଦିଲ୍ଲୀ ରେ ଚଳିତ ୨୪ ଓ ୨୫ ଅକ୍ଟୋବର ରେ ଆୟୋଜିତ ଜର୍ମାନୀ ଓ ଭାରତ ମଧ୍ଯ ରେ ଦୁଇଟି ମ୍ୟାଚ୍ ବିଶିଷ୍ଟ ହକି ସିରିଜ ରେ ଆଦିତ୍ୟ ଅର୍ଜୁନ ୨୫ ଅକ୍ଟୋବର ରେ ପୁରୁଷ ସିନିୟର୍ ଦଳରେ ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଜର୍ମାନ ବିପକ୍ଷରେ ଖେଳିଥିଲେ । ପୂର୍ବରୁ ଗତ ବର୍ଷ କୁଆଲ ଲମ୍ପୁର ରେ ଆୟୋଜିତ ଜୁନିୟର ବିଶ୍ଵକପ ରେ ଭାରତ ପକ୍ଷରୁ ଖେଳି ଚମତ୍କାର ପ୍ରଦର୍ଶନ କରିଥିଲେ। ଆଦିତ୍ୟ ଅର୍ଜୁନ ଜଣେ ଫରୱାର୍ଡ ଖେଳାଳି । ସାହାରୁଖ ଙ୍କ ସିନେମା ରୁ ଅନୁପ୍ରାଣିତ ହୋଇ ଆଜି ସେ ହକି ଖେଳାଳି ହୋଇଛନ୍ତି ପରିବାର ର କୌଣସି ସମ୍ପର୍କ ନଥିଲା ହକି ସହିତ ହେଲେ ଆଦିତ୍ୟ ଙ୍କ ନିଷ୍ଟା ଓ କଠିନ ପରିଶ୍ରମ କୁ ଦେଖି ପରିବାର ଅନେକ ସହଯୋଗ କରନ୍ତି ଆଦିତ୍ୟ ଙ୍କୁ। ଆଦିତ୍ୟ ଙ୍କ ରୋଲ୍ ମଡେଲ ହେଉଛନ୍ତି ହକି ତାରକା ହର୍ମନ ପ୍ରୀତ ସିଂହ । ୨୫ ଅକ୍ଟୋବର ରେ ଜର୍ମାନ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ ରେ ଆଦିତ୍ୟ ନିଜର ଉଚ୍ଚ କୋଟିର ଖେଳ ପ୍ରଦର୍ଶନ କରି ଦର୍ଶକ ଙ୍କ ପ୍ରିୟ ଭାଜନ ହୋଇ ପାରିଛନ୍ତି।