ହିରୋ ହକି ଇଣ୍ଡିଆ ଲିଗ୍‌ର ଦ୍ବିତୀୟ ଖେଳରେ ବେଙ୍ଗଲ ଟାଇଗର ବିଜୟୀ


ରାଉରକେଲା ବିର୍ଷାମୁଣ୍ଡା ହକି ଷ୍ଟାଡିୟମ ରେ ଚାଲିଥିବା ହକି ଇଣ୍ଡିଆ ଲିଗ୍ ର ଦ୍ୱିତୀୟ ଦିବସର ପ୍ରଥମ ମ୍ୟାଚ୍ ବେଙ୍ଗଲ ଟାଇଗର୍ସ ଓ ହାଇଦ୍ରାବାଦ ତୁଫାନ୍ସ ମଧ୍ୟରେ ଖେଳା ଯାଇଥିଲା । ଖେଳ ଆରମ୍ବରୁ ବେଙ୍ଗଲ ଦଳ ହାଇଦ୍ରାବାଦ ଉପରେ ଚାପ୍ ସୃଷ୍ଟି କରି ସଫଳ ହେବା ସହିତ ୮ ମିନିଟରେ ଏକ ପେନାଲ୍ଟି କର୍ଣ୍ଣର ଦ୍ଵାରା ବେଙ୍ଗଲ ଟାଇଗର୍ସର ଜୁଗରାଜ ସିଂ ଙ୍କ ଗୋଲ ବେଙ୍ଗଲ ଟାଇଗର୍ସକୁ ଅଗ୍ରଣୀ କରାଇଥିଲା ।

ସ୍ଖେହ୍ରିଭଳି ଖେଳର ୨୧ ଓ ୩୫ ମିନିଟ୍ ରେ ବେଙ୍ଗଲ ଟାଇଗର୍ସ ର ସୁଖଜିତ୍ ସିଂ ଓ ୟୁସୁଫ ଆଫିନଙ୍କ ଦୁଇଟି ଗୋଲ ଦଳକୁ ୩-୦ ଗୋଲରେ ଅଗ୍ରଣୀ କରାଇଥିଲା। ସେହି ପରି ଖେଳର ୪୨ ଓ ୫୫ ମିନିଟ୍ ରେ ହାଇଦ୍ରାବାଦ ତୁଫାନ୍ସ ର ଡାନିଏଲ ଟିମୋନି ଓ ଗଞ୍ଜାଲୋ ପିଲେଟ ଙ୍କ ଗୋଲ ସତ୍ତ୍ୱେ ହାଇଦ୍ରାବାଦ ତୁଫାନ୍ସ ୩-୨ ଗୋଲ ରେ ପରାଜୟ ବରଣ କରିଥିଲା। ବେଙ୍ଗଲ ଟାଇଗର୍ସ ର ସୁଖଜିତ୍ ସିଂ ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳିଭାବେ ୫୦ହଜାର ଟଙ୍କାର ଅର୍ଥ ପୁରସ୍କାର ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *