
ରାଉରକେଲା: (ବ୍ୟୁରୋ) ଚଳିତ ମାସ ୧୩ ତାରିଖରୁ ଏଚ ଆଇ ଏଲ୍ ହକି ପ୍ରତିଯୋଗିତା ପାଇଁ ଖେଳାଳି ନିଲାମୀ ପ୍ରକ୍ରିୟା ଆରମ୍ଭ ଏହି ନିଲାମୀ ୧୩ ରୁ ୧୫ ଅକ୍ଟୋବର ଯାଏ ଚାଲିବ ବୋଲି ହକି ଇଣ୍ଡିଆ ସଭାପତି ସୂଚନା ଦେଇଛନ୍ତି।
ପୁରୁଷ ବର୍ଗ ଓ ମହିଳା ବର୍ଗ ହକି ପ୍ରତିଯୋଗିତା ଚଳିତ ବର୍ଷ ଡିସେମ୍ବର ୨୮ ରୁ ନେଇ ୨୦୨୫ ଫେବୃୟାରୀ ୨ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ହକି ଇଣ୍ଡିଆ ଘୋଷଣା କରି ସାରିଛି। ଦୀର୍ଘ ୭ ବର୍ଷ ପରେ ପୁଣିଥରେ ନୂତନ ନିୟମ ପ୍ରକ୍ରିୟା ରେ ଏହି ହକି ମହାକୁମ୍ଭ ଆରମ୍ଭ ହେବାକୁ ଯାଉଛି। ପୁରୁଷ ବର୍ଗ ରେ ୮ ଟି ଦଳ ଓ ମହିଳା ବର୍ଗ ରେ ୬ ଟି ଦଳ ମଇଦାନ କୁ ଓହ୍ଲାଇବେ।ପୁରୁଷ ବର୍ଗ ପ୍ରତିଯୋଗିତା ରାଉରକେଲାର ବିଶ୍ରାମୁଣ୍ଡା ହକି ଷ୍ଟାଡିୟମ୍ ରେ ହେବାକୁ ଥିଲାବେଳେ ମହିଳା ବର୍ଗର ପ୍ରତିଯୋଗିତା ଝାଡଖଣ୍ଡ ରାଞ୍ଚିର ମାରଙ୍ଗ ଗୋମିକ ଜୟପାଲ ସିଂହ ମୁଣ୍ଡା ଆଷ୍ଟ୍ରୋ ଟର୍ଫ ଷ୍ଟାଡିୟମ୍ ରେ ଖେଳାଯିବ।

ପ୍ରତ୍ୟେକ ବର୍ଗର ଦଳପାଇଁ ୨୪ ଖେଳାଳି ନିଲାମୀ ହେବାକୁ ଥିଲା ବେଳେ ସେ ମଧ୍ୟରୁ ପ୍ରତ୍ୟେକ ଦଳରେ ୮ ବିଦେଶୀ ଖେଳାଳି ଓ ୪ ଜୁନିୟର ଖେଳାଳି ରହିବା ଆବଶ୍ୟକ ବୋଲି ଘୋଷଣା ହୋଇ ସାରିଛି।ସେହିପରି ଖେଳାଳି ଙ୍କ ର ସର୍ବନିମ୍ନ ମୂଲ୍ୟ ୨ ଲକ୍ଷରୁ ନୀଲାମି ଆରମ୍ବ । ଏହି ପ୍ରତିଯୋଗିତାର ନିଲାମୀରେ ପୁରୁଷ ବର୍ଗରେ ଭାରତର ହର୍ମନ ପ୍ରୀତ ସିଂହ ଙ୍କ ନିଲାମୀ ସବୁଠାରୁ ଅଧିକ ହେବ ବୋଲି ହକି ବିଶେଷଜ୍ଞ ମାନେ ଆକଳନ କରିଛନ୍ତି କାରଣ ନିକଟରେ ଶେଷ ହୋଇଥିବା ଅଲମ୍ପିକ୍ସ ଓ ଏସିଆନ ଚାମ୍ପିୟନସ ଟ୍ରଫି ରେ ହର୍ମନ୍ ଦମଦାର ବିଶ୍ବର ୧ ନଂ ଡ୍ରାଗ ଫ୍ଲିକର ହିସାବରେ ନିଜକୁ ପ୍ରତିପାଦିତ କରି ପାରିଛନ୍ତି, ସେହିଭଳି ଜର୍ମାନ ର ଗଞ୍ଜାଲୋ ପିଲେଟ, ନେଦରଲ୍ୟାଣ୍ଡ ର ଜିପ୍ ଜଂସନ୍, ଅଷ୍ଟ୍ରେଲିଆ ର ଆରୀନ ଜେଲସ୍କି, ବ୍ଲାକ ଗ୍ରୋଭର୍ସ ଓ ଆର୍ଜେଣ୍ଟିନା ର ମାଟିୟାସ ରେ କେନ୍ ନିକୋଲସ ପ୍ରବୃତ୍ତି ଖେଳାଳି ଅଧିକ ମୂଲ୍ୟ ରେ ନିଲାମୀ ହେବାର ସମ୍ଭାବନା ରହିଛି। ଓଡ଼ିଶାର ଅମିତ୍ ରୋହିଦାସ ବେଷ୍ଟ ରସର ହିସାବରେ ମଧ୍ୟ ଭଲ ମୂଲ୍ୟ ରେ ନିଲମି ହେବାର ସମ୍ଭାବନା ରହିଛି। ସେହି ଭଳି ମହିଳା ଖେଳାଳୀ ଜର୍ମାନ ର ସିମ୍ରନ୍ ସୋଞ୍ଜା ଓ ଭାରତ ର ସଲିମା ଟେଟେ ମଧ୍ୟ ଭଲ ମୂଲ୍ୟ ରେ ନିଲାମ ହେବାର ସମ୍ଭାବନା ରହିଛି। ଓଡ଼ିଶାର ପୁରୁଷ ଦଳକୁ ବେଦାନ୍ତ ଓ ମହିଳା ଦଳକୁ ସଞ୍ଜୀବ ଶ୍ରୀବାସ୍ତବ ଫ୍ରାଞ୍ଚାଇସର୍ ହିସାବରେ ଗ୍ରହଣ କରିଥିବା ବେଳେ କିପରି ହେବ ଓଡ଼ିଶା ଉଭୟ ଦଳ ତା ମଧ୍ୟ ଅଧିକ ଚର୍ଚ୍ଚା ର ବିଷୟ ପାଲଟିଛି। ଶୁଣିବାକୁ ମିଳୁଛି ଓଡ଼ିଶାର କୋଚ୍ ଭାର ଡେଭିଡ ଜନ , ବି ଜେ କାରିଆପା ଓ ଲାଜରୁଶ ବାର୍ଲା ଙ୍କୁ ମିଳିପାରେ। ତେଣୁ ଯାହା ହେଉନା କାହିଁକି ଚଳିତ ମାସ ୧୩ ତାରିଖ ଅପରାହ୍ନ ୨ ଟାରୁ ଆରମ୍ଭ ହୋଇ ୧୫ ତାରିଖ ୧୦ ଟା ପର୍ଯ୍ୟନ୍ତ ଚାଲିବାକୁ ଥିବା ନିଲାମ ପ୍ରକ୍ରିୟା ଖୁବ ରୋଚକର ହେବ ବୋଲି ଚର୍ଚ୍ଚା ହେଉଛି।