
କେନ୍ଦୁଝର 14/11: ସ୍ପେଶାଲ ଅଲିମ୍ପିକ ଭାରତ (ଏସ୍ଓବି)-ଓଡିଶାର ତୃତୀୟ କ୍ରୀଡା କେନ୍ଦ୍ର ଜେଡ୍ ଇଷ୍ଟେଟ ପ୍ରାଇଭେଟ୍ ଲିମିଟେଡ ସହଯୋଗରେ ଓ ଭୁବନେଶ୍ବରସ୍ଥିତ ଓପନ୍ ଲାର୍ଣିଂ ସିଷ୍ଟମସ୍ ସହାୟତାରେ କେନ୍ଦୁଝର ର ସଦଭାବନା ଠାରେ ଉଦଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସବ ରେ ଅତିଥି ଭାବେ ସଦଭାବନା ର ପ୍ରେସିଡେଣ୍ଟ ବିଧୁ ଭୂଷଣ ପଟ୍ଟନାୟକ, ପ୍ରଶିକ୍ଷକ ଦୀପ୍ତି ପ୍ରକାଶ ମହାରଣା ଏବଂ ପୁଷ୍ପାଞ୍ଜଳି ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ବୌଦ୍ଧିକ ସ୍ତରର ନିଶକ୍ତ ଶିଶୁମାନଙ୍କ ବିଦ୍ୟାଳୟର ମୁଖିଆ କାହ୍ନୁ ଚରଣ ପ୍ରଧାନ ପରିଚାଳନା କରିଥିଲେ। କେନ୍ଦୁଝର ଓ ଏହାର ଆଖପାଖର ୧୮୦ ବୌଦ୍ଧିକ ଭିନ୍ନକ୍ଷମ କ୍ରୀଡାବିତ୍ ଏବଂ ୫୦ ସାଧାରଣ କ୍ରୀଡାବିତ ଏହି ସେଣ୍ଟର ର ସୁବିଧା ନେଇପାରିବେ। ସେଣ୍ଟର ରେ ବିଶ୍ଵ ସ୍ତରୀୟ କ୍ରୀଡା ସରଞ୍ଜ।ମ ରହିଛି।ଉଦଘାଟନୀ ଅବସରରେ ଛାତ୍ରଛାତ୍ରୀମାନେ ଅତିଥିମାନଙ୍କ ସମ୍ମୁଖରେ ଦୌଡ଼, ବ।ସ୍କେଟ ବଲ ସ୍କିଲ୍ , ଫୁଟବଲ ସ୍କିଲ, ସଫ୍ଟବଲ ଥ୍ରୋ ଓ କର୍ନ ହୋଲ୍ ଖେଳ ପ୍ରଦର୍ଶନ କରିଥିଲେ। ସହଯୋଗ ଲାଗି

ଏସ୍ଓବି କୋଚ୍ ଦୀପ୍ତି ପ୍ରକାଶ ମହାରଣା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଦଭାବନା ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ମାନେ ସହଯୋଗ କରିଥଲେ। ସୂଚନାଯୋଗ୍ୟ ଯେ ସ୍ପେଶାଲ ଆଲିମ୍ପିକ୍ ଭାରତର ପ୍ରଥମ କ୍ରୀଡା କେନ୍ଦ୍ର ବଲାଙ୍ଗିରର ସଇଁତଳା ଠାରେ ସ୍ଥାପିତ ହୋଇଥିଲା ବେଳେ ଦ୍ୱିତୀୟ କେନ୍ଦ୍ର ଭୁବନେଶ୍ୱରର ଗ।ଡକଣ ଠାରେ ସ୍ଥାପିତ ହୋଇଥିଲା ବେଳେ ତୃତୀୟ କେନ୍ଦ୍ର କେନ୍ଦୁଝରର ପ୍ରୟାସସେବା ଗ୍ରାମଠାରେ ଉଦଘାଟିତ ହୋଇଛି। ଏହି କେନ୍ଦ୍ରକୁ ଜାତୀୟ ସ୍ତରରେ କ୍ରୀଡା ପ୍ରତିଯୋଗିତା ରେ ପ୍ରତିନିଧିତ୍ଵ କରିଥିବା ଏକ ଭିନ୍ନକ୍ଷମ କ୍ରୀଡାବିତ୍ ପରିଚାଳିତ କରିବେ। ଏସଓବି ଓଡ଼ିଶା ର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରକାଶ ରଥ ଓ ରାଜ୍ୟ ସଂଯୋଜକ ଅର୍ପିତା ମହାପାତ୍ର ସଦଭାବନା ର ସମ୍ପାଦକ ଚଣ୍ଡୀ ପ୍ରସାଦ ପଟ୍ଟନାୟକ ଙ୍କୁ ଓ ତାଙ୍କର ସମସ୍ତ କର୍ମକର୍ତ୍ତା ଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
