ଜିମ୍ନାଷ୍ଟ ପାଳିଲେ ଶିଶୁ ଦିବସ

ରାଉରକେଲା: ଛେଣ୍ଡ ବିର୍ଷାମୁଣ୍ଡା ହକି ଷ୍ଟାଡିୟମ ନିକଟରେ ଥିବା ଜିମ୍ନାଷ୍ଟିକ ସେଣ୍ଟର୍ ରେ ହେଡ଼ କୋଚ୍ ରମେଶ ବେହେରା ଙ୍କ ନେତୃତ୍ୱରେ ପାଳିତ ହୋଇଛି ଶିଶୁ ଦିବସ।


ଅତିଥି ରୂପେ ଜିଲ୍ଲା ଜିମ୍ନାଷ୍ଟିକ୍ ସଂଘ ର ସଭାପତି ଗୋଲକ ମଙ୍ଗରାଜ ଉପସ୍ଥିତ ରହି ଦେଶର ପ୍ରଥମ ପ୍ରଧାନ ମନ୍ତ୍ରୀ ଜବାହରଲାଲ ନେହେରୁ ଙ୍କ ଦେଶପ୍ରେମ ଓ ତାଙ୍କର ଶାନ୍ତ ସ୍ଵଭାବ କିପରି ତାଙ୍କୁ ସଫଳ ତାର ଶୀର୍ଷ ରେ ପହଞ୍ଚାଇଥିଲା ସେ ବିଷୟରେ ଉଦାହରଣ ଦେଇ ଉପସ୍ଥିତ କୁନି କୁନି ଜିମ୍ନାଷ୍ଟ୍ ମାନଙ୍କୁ ଉଦବୋଧନ ଦେଇଥିଲେ। ସେହିଭଳି ଅନ୍ୟତମ ଅତିଥି ରାଜ୍ୟ ଜି ଏସ ଟି ବିଭାଗ ର ଯୁଗ୍ମ ସମ୍ପାଦକ ସୁଶାନ୍ତ କୁମାର ସାହୁ ଉପସ୍ଥିତ ରହି ଜିମ୍ନାଷ୍ଟ୍ ମାନଙ୍କୁ ନିଜର କ୍ରୀଡା କ୍ଷେତ୍ରରେ ନିଷ୍ଠା ର ସହିତ ଅଭ୍ୟାସ କରି କିପରି ସଫଳତା ପାଇବେ ଓ ସେମାନଙ୍କ ଅଭିଭାବକ ଙ୍କ ପ୍ରେରଣା କେତେ ଫଳ ପ୍ରଦ ଏହା ଉପରେ ଉଦବୋଧନ ଦେଇଥିଲେ। କୋଚ୍ ସାୟନ ଦାସ , ବିଜୟ ବେହେରା ଓ ଫିଜିଓ ରିଚା ସରଭରେ କୁନି କୁନି ଜିମ୍ନାଷ୍ଟ୍ ଙ୍କ ଦ୍ଵାରା କେକ କାଟି ଏହି କାର୍ଯ୍ୟକ୍ରମ ର ଶୁଭାରାମ୍ୱ କରିବା ସହିତ ପିଲାଙ୍କ ଭିତରେ ବିଭିନ୍ନ ପ୍ରକାର ନୃତ୍ୟ ଓ ସଙ୍ଗୀତ ସହିତ ଖୁସି ଆନନ୍ଦ ରେ ସମସ୍ତ ଅଭିଭାବକ ଙ୍କ ଉପସ୍ଥିତ ରେ ଶିଶୁ ଦିବସ କୁ ପାଳନ କରିଥିଲେ। ରିଚା ସାରଭରେ ସ୍ବାଗତ ଭାଷଣ ଦେଇଥିବା ବେଳେ ମଞ୍ଚ ସଞ୍ଚାଳନ କରିଥିଲେ ରଶ୍ମିତା ପଣ୍ଡା। ସେହିଭଳି ଅଭିଭାବକ ସୁଜାତା ମହାପାତ୍ର ଓ ନର୍ମଦା ଦାସ ପ୍ରଭୁତି ଏହି ଶିଶୁ ଦିବସ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *