ଓଡ଼ିଶା କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ସଫଳ କ୍ରୀଡ଼ାବିତ୍ମାନଙ୍କୁ ପୁରସ୍କାର ରାଶି ପ୍ରଦାନ
୧୨୮ କ୍ରୀଡ଼ାବିତ୍ଙ୍କୁ ୨୧ ଲକ୍ଷ ୩୨ ହଜାର ୫୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ ଭୁବନେଶ୍ୱର, (୧୩/୧୧) :ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଆୟୋଜିତ ହୋଇଥିବା କ୍ରୀଡା ପ୍ରତିଯୋଗିତା ମାନଙ୍କରେ ନିଜର ଉଲ୍ଲେଖନୀୟ ପ୍ରଦର୍ଶନ ଦ୍ୱାରା ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଥିବା ୧୨୮ କ୍ରୀଡାବିତ୍ ମାନଙ୍କୁ ଆଜି ଓଡ଼ିଶା କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। କଳିଙ୍ଗ ଷ୍ଟାଡିୟମ୍ ଠାରେ ଆୟୋଜିତ ହୋଇଥିବା ଆଜିର ପୁରସ୍କାର ବିତରଣ ସମାରୋହରେ…