ଇଣ୍ଟର ସ୍କୁଲ କ୍ରିକେଟ୍ ଚାମ୍ପିଅନସିପ୍ -୨୦୨୪ ର  ସମସ୍ତ ଲିଗ ମ୍ୟାଚ୍ ରେ ଆରଏସପି ଗ୍ରୁପ୍ ଚାମ୍ପିଅନ୍

କଟକଠାରେ ଅନୁଷ୍ଠିତ ଇଣ୍ଟର ସ୍କୁଲ କ୍ରିକେଟ୍ ଚାମ୍ପିଅନସିପ୍ -୨୦୨୪ ର ସମସ୍ତ ଲିଗ୍ ମ୍ୟାଚ୍ ରେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ (ଆରଏସପି) ଗ୍ରୁପ୍ ଚାମ୍ପିଅନ୍ ହୋଇଛି। ଫାଇନାଲ୍ ଲିଗ୍ ମ୍ୟାଚ୍ ରେ ପ୍ରଥମେ ବ୍ୟାଟିଂ କରି ଆରଏସପି ଧାର୍ଯ୍ୟ ୫୦ ଓଭରରେ ୭ ୱିକେଟ୍ ହରାଇ ମୋଟ ୫୩୪ ରନ୍ ସ୍କୋର କରିଥିଲା। ପ୍ରତ୍ୟୁତ୍ତରରେ ନୟାଗଡ଼ ଦଳ ସମସ୍ତ ୱିକେଟ୍ ହରାଇ ମୋଟ ୮୨ ରନ୍ ସଂଗ୍ରହ କରିଥିଲା। ୨୧୬ ର ଏକ ଉଲ୍ଲେଖନୀୟ ନକ୍ ସହିତ ବିଷ୍ଣୁ ବେହୁରିଆ ଆରଏସପି ପାଇଁ ଟପ୍ ସ୍କୋରର ଭାବରେ ଛିଡା ହୋଇଥିଲେ। ସମସ୍ତ ଲିଗ୍ ମ୍ୟାଚ୍ ରେ ଟିମ୍ ଆରଏସପି ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲା​। ଏହି ଚାମ୍ପିଅନସିପରେ ବିଭିନ୍ନ ଜିଲ୍ଲାର ବିଭିନ୍ନ ଦଳ ଅଂଶଗ୍ରହଣ କରିଥିଲେ। ବିସିସିଆଇ ନିୟମ ଅନୁଯାୟୀ ୫୦ ଓଭର ଫର୍ମାଟ୍ ଅନୁଯାୟୀ ମ୍ୟାଚ୍ ଖେଳାଯାଇଥିଲା। ୨୦୨୪ ଅକ୍ଟୋବର ୧୫ ତାରିଖରେ ରେ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସହର ପ୍ରଶାସନ ଓ ସିଏସ୍‌ଆର ବିଭାଗର ସିଜିଏମ୍ ଇନ ଚାର୍ଜ ପି.କେ.ସ୍ବାଇଁ, ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ସହର ସେବା ବିଭାଗର ଜିଏମ ଇନ ଚାର୍ଜ, ଟି ଜି କାନେକର, ଏସ୍ଏମ୍ଏସ୍-୨ ବିଭାଗର ଏଜିଏମ୍, ନିହାର ରଂଜନ ନାୟକ, କ୍ରୀଡ଼ା ବିଭାଗର ଡେପୁଟି ମ୍ୟାନେଜର, ଆର ଏନ ପାଢି ଏବଂ କ୍ରୀଡ଼ା ବିଭାଗର ସଦସ୍ୟ ଚୟନ କମିଟି, କୋଚ୍ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *